ଓଡ଼ିଶାରେ ୧୫୪୭ ଶଯ୍ୟା ବିଶିଷ୍ଟ ୭ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଆଜି ସୁଦ୍ଧା ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି; ଏହି ୭ଟି ଡାକ୍ତରଖାନାର ସମୁଦାୟ ଶଯ୍ୟା ସଂଖ୍ୟା ୧୫୪୭।
ଭୁବନେଶ୍ବର ସମ୍ ହସ୍ପିଟାଲରେ ସର୍ବାଧିକ ୫୦୦ ଶଯ୍ୟାର ସୁବିଧା ଥିବା ବେଳେ ଏଠାରେ ୨୫ଟି ଆଇସିୟୁ ଶଯ୍ୟା ମଧ୍ୟ ରହିଛି। ଅନୁରୂପ ଭାବେ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ୪୫୭, ରାଉରକେଲା ହାଇଟେକ୍ ହସ୍ପିଟାଲରେ ୨୦୦, ଯାଜପୁର ଟାଟା ହସ୍ପିଟାଳରେ ୧୫୦, କଟକ ଅଶ୍ବିନୀ ହସ୍ପିଟାଲରେ ୧୫୦, କେନ୍ଦୁଝର ଟାଟା ହସ୍ପିଟାଲରେ ୫୦ ଓ ପୁରୀ ଆଇଡିଏଚ୍ରେ ୪୦ ଶଯ୍ୟାର ସୁବିଧା ରହିଛି।
ଏହି ୭ଟି କୋଭିଡ୍ ହସ୍ପିଟାଲ ଏବେ କାର୍ଯ୍ୟକ୍ଷମ। କେନ୍ଦୁଝର ଓ ରାଉରକେଲାକୁ ଛାଡ଼ି ହସ୍ପିଟାଲ ପ୍ରତିଷ୍ଠା ହୋଇଥିବା ବାକି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିଛି।