Odisha Link
Bridging the Missing Links in Odisha

କୋରାପୁଟ: ପ୍ରେରଣା ଦେଲେ ଆଦିବାସୀ

ଭୁବନେଶ୍ବର: ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏହା ବିରୋଧରେ ଳଢ଼େଇରେ ସବୁଠୁ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି ସାମାଜିକ ଦୂରତା। ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଏବେ ସରକାରଙ୍କ ପାଇଁ ଆହ୍ବାନ ପାଲଟିଥିବା ବେଳେ ଏଥିପାଇଁ ବାରମ୍ବାର ସଚେତନତା କରାଯାଉଛି। ତଥାକଥିତ ଶିକ୍ଷିତ ଓ ସହରୀ ଲୋକେ ସାମାଜିକ ଦୂରତ୍ବ ନିୟମକୁ ଅମାଡ଼୍ୟ କରିବାର ରାଶି ରାଶି ଚିତ୍ର ଦୈନିକ ଗଣମାଧ୍ୟମରେ ଦେଖିବାବୁ ମିଳୁଥିବା ବେଳେ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି କୋରାପୁଟ ଜିଲ୍ଲାର ନିରୀହ ଆଦିବାସୀ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ଖୁଣ୍ଟିଆପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଚିତ୍ର ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ। ଗାଁକୁ କୌଣସି ପାଇପ୍‌ ପାଣି ଯୋଗାଣ ସୁବିଧା ନଥିବା ବେଳେ ଲୋକେ ଗାଁରେ ଥିବା ନଳକୂପକୁ ପାଣି ବ୍ୟବହାର କରିଥାଆନ୍ତି। ତେବେ ପାଣି ଆଣିବା ବେଳେ ଅତି ଶୃଙ୍ଖଳାର ସହ ଗ୍ରାମବାସୀ ସାମାଜିକ ଦୂରତା ବଜାୟ ରଖୁଥିବାର ଦେଖାଯାଇଛି। ଚୂନରେ ଗୋଲ ଘର ଟାଣି ପରସ୍ପର ଠାରୁ ନିରାପଦ ଦୂରତାରେ ରହି ପାଣି ଆଣୁଛନ୍ତି ଖୁଣ୍ଟିଆପଲ୍ଲୀ ଗ୍ରାମବାସୀ।

Comments are closed.