କୋଭିଡ୍ ଦୁର୍ନୀତି ଶତାଦ୍ଦୀର ସବୁଠୁ ବଡ଼ ଦୁର୍ନୀତି : ଜୟନାରାୟଣ

ଭୁବନେଶ୍ବର: କୋଭିଡ୍ ଦୁର୍ନୀତି ଏ ଶତାଦ୍ଦୀର ସବୁଠୁ ବଡ଼ ଦୁର୍ନୀତି। କୋଭିଡ୍ ପରିଚାଳନା ନେଇ ବର୍ଷିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, କୋଭିଡ୍ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ମିଳୁନି। ଲୋକେ ସେବା ପାଉ ନାହାଁନ୍ତି। ଘରୋଇ ମେଡିକାଲ ଲୁଟୁଛନ୍ତି। ଗୋଟିଏ ଦିନରେ ୫୦ ହଜାର ଟଙ୍କା ବିଲ୍ କିଏ ଦେଇପାରିବ।
ସରକାର ଏବେ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ସରକାର ଜାଣି ଶୁଣି ତ୍ରୁଟି କରୁଛନ୍ତି। ୫ଟି କୁଆଡେ ଗଲା? ୫ଟି ୫ ଟାଉଟର ବୋଲି ଆଗରୁ କହିଥିଲି। ଏବେ ପ୍ରମାଣିତ ହେଲା।