Odisha Link
Bridging the Missing Links in Odisha

ଦେଶର ଭବିଷ୍ୟତ ପାଇଁ ଗୁଳି ଖାଇବାକୁ ବି ପ୍ରସ୍ତୁତ: ରବି କିଷନ

ନୂଆଦିଲ୍ଲୀ : ଅଭିନେତା ତଥା ଗୋରଖପୁର ବିଜେପି ସାଂସଦ ରବି କିଷନଙ୍କୁ ଧମକ। ରବି କିଷନଙ୍କୁ ଡ୍ରଗ୍ସ ମାଫିଆଙ୍କ ଠାରୁ ଜୀବନରେ ମାରିଦେବାକୁ ଧମକ ମିଳୁଛି। ଏହି ମାମଲାରେ ରବି କିଷନ କହିଛନ୍ତି ଯେ, “ଦେଶର ଭବିଷ୍ୟତ ପାଇଁ ଦୁଇ-ଚାରିଟି ଗୁଳି ଖାଇଲେ ମଧ୍ୟ କିଛି ଚିନ୍ତା ନାହିଁ। ସେ ସର୍ବଦା ସ୍ୱର ଉଠାଇବେ। ସେ ନିଜ ଜୀବନ ପ୍ରତି ଚିନ୍ତିତ ନୁହନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ଓ ଯୁବପିଢୀର ଭବିଷ୍ୟତ ପାଇଁ ନିଶ୍ଚୟ ନିଜ ପକ୍ଷ ରଖିବେ।

ସୂଚନାଯୋଗ୍ୟ ଯେ, ରବି କିଷନ ସଂସଦରେ ବଲିଉଡରେ ଡ୍ରଗ୍ସ ନେଟୱାର୍କ ପ୍ରସଙ୍ଗ ଉଠାଇଥିଲେ। ଏହାପରେ ତାଙ୍କୁ ଡ୍ରଗ୍ସ ମାଫିଆ ଠାରୁ ଜୀବନରେ ମାରିଦେବାକୁ ଧମକ ଆସୁଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମାମଲାରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ ମଧ୍ୟ କରିପାରନ୍ତି ଏବଂ ଧମକକୁ ନେଇ ଯୋଗୀଙ୍କୁ ସୂଚନା ମଧ୍ୟ ଦେଇପାରନ୍ତି।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ୍ ତଦନ୍ତ ହେବା ପରେ ରବି କିଷନ ଏକ ଗଣମାଧ୍ୟମ ଚାନେଲ ସହ କଥାବାର୍ତ୍ତା କରି କହିଥିଲେ ଯେ, ଦେଶରେ ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାର ଚାଲିଛି। ବଲିଉଡରେ ଏତେ ବଡ଼ ପରିମାଣରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବାପରେ ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରି କହିଥିଲେ ଯେ, ସେ ଜାଣିନଥିଲେ ଡ୍ରଗ୍ସ ବଲିଉଡକୁ ଏଭଳି ଭାବେ ନିଜ ଜାଲରେ ଫସାଇ ସାରିଛି। ଏଥିସହ ରବି କିଷନ କହିଥିଲେ ଯେ, ପଡୋଶୀ ଦେଶ ଡ୍ରଗ୍ସ ମାଧ୍ୟମରେ ଦେଶର ଯୁବପିଢୀକୁ ବିଗାଡିବାକୁ ଉଦ୍ୟମ କରୁଛନ୍ତି।

Comments are closed.