Odisha Link
Bridging the Missing Links in Odisha

ଅଚ୍ୟୁତାନନ୍ଦଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ଭୂବନେଶ୍ୱର ଜିଲ୍ଲା ବିଜେପି ସଂପାଦକ ତଥା ଜିଲ୍ଲା ମିଡିଆ ସଂଯୋଜକ ଅଚ୍ୟୁତାନନ୍ଦ ରଞ୍ଜିତଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ
ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ମାତ୍ର ୪୦ ବର୍ଷ ବୟସରେ ତାଙ୍କର ଆମ ସମସ୍ତଙ୍କୁ ଛାଡି ଚାଲିଯିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ଅତ୍ୟନ୍ତ ମ୍ରିୟମାଣ କରିଛି । ପାର୍ଟୀର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ଅତ୍ୟନ୍ତ ପ୍ରିୟଭାଜନ, ମିଷ୍ଟଭାଷୀ, ମେଳାପୀ ସ୍ୱର୍ଗତଃ ଅଚ୍ୟୁତାନନ୍ଦ ସମସ୍ତଙ୍କ ପାଖରେ କୁଲୁ ଭାଇ ଭାବେ ପରିଚିତ ଥିଲେ ।

ଜିଲ୍ଲା ମିଡିଆ ସଂଯୋଜକ ଭାବେ ଦାୟୀତ୍ୱ ତୁଲାଇଥିବା ସ୍ୱର୍ଗତଃ ଅଚ୍ୟୁତାନନ୍ଦ ରାଜଧାନୀ ଭୂବନେଶ୍ୱରର ଗଣାମାଧ୍ୟମ ଜଗତରେ ମଧ୍ୟ ଆଦରଣୀୟ ଥିଲେ । ତାଙ୍କର ଅକାଳ ବିୟୋଗରେ ପାର୍ଟୀ ଜଣେ ଶୃଙ୍ଖଳିତ ଏବଂ ନିଷ୍ଠାବାନ କାର୍ଯ୍ୟକର୍ତାଙ୍କୁ ହରାଇଲା ବୋଲି ଶୋକ ବାର୍ତାରେ ଉଭୟ ମହାନ୍ତି ଏବଂ ନାଏକ ଦୁଃଖପ୍ରକାଶ କରି କହିଛନ୍ତି ।

ସ୍ୱର୍ଗତଃ ଅଚ୍ୟୁତାନନ୍ଦଙ୍କ ବିୟୋଗ ପାର୍ଟୀ ପାଇଁ ଅପୁରଣୀୟ କ୍ଷତି ବୋଲି କହିବା ସହ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ମହାନ୍ତି ଏବଂ ନାଏକ
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସ୍ୱର୍ଗତଃ ଅଚ୍ୟୁତାନନ୍ଦଙ୍କ ଅକାଳ ବିୟୋଗରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଭୁଗୁ ବକ୍ସିପାତ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ନ ଖୁଂଟିଆ, ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ବରିଷ୍ଠ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ଏବଂ ରାଜ୍ୟ ମିଡିଆ ପ୍ରକୋଷ୍ଠ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।

Comments are closed.