Odisha Link
Bridging the Missing Links in Odisha

ଆଲୋଚନା ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯିବ: ପ୍ରତାପ

ଭୁବନେଶ୍ବର: ମନ୍ଦିର ଖୋଲିବା ନେଇ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନାହିଁ। ମନ୍ଦିର ଖୋଲିବା ନେଇ ଆଲୋଚନା ହେଲା ପରେ ନିଷ୍ପତ୍ତି ନେବୁ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସରଣ କରି ନିଷ୍ପତ୍ତି ନେବାକୁ ପଡ଼ିବ। ତେବେ ମନ୍ଦିର ଖୋଲିବା ନେଇ ବର୍ତ୍ତମାନ ସ୍ଥିତି ଉପରେ ନିର୍ଭର କରୁଛି ବୋଲି କହିଲେ ଆଇନ ମନ୍ତ୍ରୀ।

ସୂଚାନଯୋଗ୍ୟ ଯେ, ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅକ୍ଟୋବର ମାସରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ କଟକଣା ଭିତରେ ରଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ ଗାଇଡ ଲାଇନକୁ କଡାକଡ଼ି ପାଳନ କରାଯିବ। ଏଥିପାଇଁ ଖୁବ୍ ଶୀଘ୍ର ଏକ ସ୍ବତନ୍ତ୍ର ଗାଇଡ ଲାଇନ ଜାରି କରାଯିବ। ହେଲେ ମନ୍ଦିର ଖୋଲିବ କି ନାହିଁ ମନ୍ଦିର ପ୍ରଶାସନ ଓ ଆଇନ ମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି।‌

Comments are closed.