ହନୁମାନ ମନ୍ଦିରରୁ ୩୦୦୦ଟଙ୍କା ଲୁଟିନେଲେ ଲୁଟେରା

ଢେଙ୍କାନାଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜ। ହନୁମାନଙ୍କ ମନ୍ଦିର ହୁଣ୍ଡିରୁ ଲୁଟେରା ଲୁଟିନେଲେ ୩୦୦୦ଟଙ୍କା। ଏହି ନିନ୍ଦନୀୟ ଘଟଣାଟି ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନ ମନ୍ଦିରରେ ଘଟିଛି।
ସୂଚନା ଅନୁସାରେ, ମନ୍ଦିର ପଛ ପଟେ ଥିବା ଷ୍ଟୋର ରୁମର ତାଲା ତାଡ଼ି ଥିଲେ ମଧ୍ୟ ସେଥିରୁ ଚୋରି ହୋଇନଥିବା ଜଣାଯାଇଛି। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।