କଟକରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରିସେନ

କଟକ: ଭୁବନେଶ୍ବର ପରେ ପରେ ଏବେ କଟକ ମହାନଗର ଅଞ୍ଚଳରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରିସେନ। ସିଏମ୍ସି ଏ ନେଇ କଟକଣା ଜାରିକଲା ।କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ସିଏମ୍ସି ବିଜ୍ଞପ୍ତି ଜାରି କରିଛି।
କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରିସେନ ହେବ ନାହିଁ। ପରିବାର କିମ୍ବା ନିଜ ସଂପର୍କୀୟମାନଙ୍କ ସହ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ।
ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ବିଏମ୍ସି କଟକଣା ଜାରି କରିଛି। କୌଣସି ସ୍ଥାନରେ ଏକତ୍ରିତ ନହୋଇ, ନିଜ ନିଜ ଘରେ ଜିରୋ ନାଇଟ୍ ସେଲିବ୍ରେସନ କରି ପାରିବେ।