Odisha Link
Bridging the Missing Links in Odisha

ଚାଷୀଙ୍କ ସହ ୩୦ ତାରିଖରେ ବୈଠକ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖ ଦିନ ୨ଟାରେ ଚାଷୀ ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ। ପୁଣି ଥରେ ଚାଷୀମାନଙ୍କ ସହ ପୁଣିଥରେ ଆଲୋଚନା କରିବେ ସରାକାର।

ଏହାପୂର୍ବରୁ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଏହାକୁ ପଢ଼ିବା ପରେ ଚାଷୀମାନେ ୨୯ ତାରିଖରେ ବୈଠକ କରିବାକୁ କହିଥିଲେ।

ଏବେ କେନ୍ଦ୍ର ସରକାର ୩୦ ତାରିଖରେ ବୈଠକ କରିବାକୁ ସହମତି ହୋଇଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ ବସିବ ବୋଲି ସରକାରଙ୍କ ପକ୍ଷରୁ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି।

ଦୀର୍ଘ ୩୩ ଦିନ ହେଲା ହଜାର ହଜାର ସଂଖ୍ୟାରେ ଚାଷୀ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଛନ୍ତି। ସେମାନଙ୍କୁ ବୁଝାଇବାକୁ କେନ୍ଦ୍ର ସରକାର ଏକାଧିକ ଥର ବୈଠକ କରିଥିଲେ ହେଁ ଏଯାଏଁ କୌଣସି ଫଳାଫଳ ବାହାରି ପାରିନାହିଁ। ଏଥର ବୈଠକରେ ସକାରାତ୍ମକ ଫଳାଫଳ ବାହାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

Comments are closed.