ବାଇକରେ ଚାଲିଛି ବେଧଡ଼କ୍ ଗଞ୍ଜେଇ ଚାଲାଣ

ଲମତାପୁଟ: ରାଜ୍ୟରେ ବେଧଡ଼କ୍ ଚାଲିଛି ଗଞ୍ଜେଇ ବେପାର। ଅଭିଯୁକ୍ତ ମାନେ ପ୍ରଥମେ କାର, ବୋଲରୋ, ଟ୍ରକରେ ଗଞ୍ଜେଇ ଚାଳନ କରୁଥିଲେ। ଏବେ ବାଇକରେ ଯୋଗେ ଚାଲଣ କରୁଛନ୍ତି ଗଞ୍ଜେଇ।
ଗଞ୍ଜେଇ ଚୋରା ଚାଲାଣ ପାଇଁ ମଟର ସାଇକେଲ ଯୋଗେ ଦୁଇ ହଜାର କିଲୋମିଟର ଅତିକ୍ରମ କରି ପାଡୁଆ ଆସିଥିଲେ ଗଞ୍ଜେଇ ମଫିଆ। କୋରାପୁଟ ଜିଲ୍ଲା ଆନ୍ଧ୍ରସୀମାନ୍ତ ବର୍ତ୍ତି ପାଡୁଆ ଅଞ୍ଚଳରୁ ମଧ୍ୟପ୍ରଦେଶ ଚୋରା ଚାଲାଣ ବେଳେ ପାଡୁଆ ପୁଲିସ ହାତରେ ଧରା ପଡିଛନ୍ତି ଗଞ୍ଜେଇ ମାଫିଆ।
ପ୍ରକାଶ ଯେ, ପୁଲିସ ପାଡୁଆ ମେଡିକାଲ ନିକଟରେ ଗାଡି ଯାଞ୍ଚ ସମୟରେ ଆନ୍ଧ୍ର ସୀମାନ୍ତରୁ ଦ୍ରୁତ ଗତିରେ ଆସୁଥିବା ଏକ ମଟର ସାଇକେଲକୁ ଅଟକାଇଥିଲା। କିନ୍ତୁ ସେମାନେ ପୁଲିସକୁ ଚକମା ଦେଇ ଚାଲିଯିବା ପାଇଁ ଚେଷ୍ଟା କରିଥିଲେ।
ପୁଲିସ ଗାଡିକୁ ଜବତ କରିବା ସହ ୨ଜଣଙ୍କୁ କାବୁ କରିଛି । ଯୁବକଙ୍କ କାନ୍ଧରେ ଥିବା ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୧ ଲକ୍ଷ ୭୦ ହଜାର ଟଙ୍କାର ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୁଲିସ । ୨ଅଟକ ଯୁବକ ମଧ୍ୟ ପ୍ରଦେଶର ସଚିନ ଠାକୁର ଏବଂ ଗଲୁ ଖାନ।