Odisha Link
Bridging the Missing Links in Odisha

ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକରେ ଜଣେ ଗିରଫ

ଜୟପୁର: ମହିଳା ସାମ୍ବାଦିକଙ୍କୁ ଟୁଇଟ୍ କରି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବାକୁ ଧମକ ଦେଇଥିବା ୨୬ ବର୍ଷୀୟ ଆଇନ୍ ଛାତ୍ରଙ୍କୁ ପଡିଲା ମହଙ୍ଗା। ଆଇନ୍ ଛାତ୍ର କପିଲ୍ ସିଂହଙ୍କୁ ଗିରଫ କରିଛି ଉଦୟପୁର ପୁଲିସ୍। ମହିଳା ଜଣଙ୍କ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ଧମକ ଦେଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଆଇଜି ସତ୍ୟବୀର ସିଂହ କହିଛନ୍ତି, ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପାଇଁ ଧମକ ଦେବା ଅଭିଯୋଗରେ ଉଦୟପୁରର ୨ୟ ବର୍ଷ ଆଇନ୍ ଛାତ୍ର କପିଲ୍ ସିଂହଙ୍କୁ ଗିରଫ କରାଯାଇଛି।

କପିଲ ସିଂହ ଯେଉଁ ଟୁଇଟ୍ କରି ଧମକ ଦେଇଥିଲେ, ତାକୁ ମହିଳା ସାମ୍ବାଦିକ ଜଣକ ଟ୍ୟାଗ୍ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଉଦୟପୁର ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଯାହା ପରେ ଉଦୟପୁର ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ଗିରଫ ପରେ ଅଭିଯୁକ୍ତ କପିଲ୍ ସିଂହଙ୍କୁ ପଚରାଉଚରା ଜାରି ରହିଛି।

Comments are closed.