ଓଲଟିଲା ୧୦୨ ଆମ୍ବୁଲାନ୍ସ

ଝରିଗାଁ: ଓଲଟିଲା ୧୦୨ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ଚାଳକ। ଏହି ଦୁର୍ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଝରିଗାଁ ଉମରକୋଟ ରାସ୍ତାରେ ଥିବା କରମରୀ ଗ୍ରାମ ନିକଟରେରେ ଘଟିଛି।
ପ୍ରକାଶ ଯେ, ଝରିଗାଁ ବ୍ଳକ ପାଣ୍ଡରାଗନ୍ଦୀ ଗ୍ରାମର ଗୋମତି ମାଝୀଙ୍କୁ ବିଳମ୍ବିତ ରାତିରେ ପ୍ରସବ ଜନୀତ ଯନ୍ତ୍ରଣା ହୋଇଥିଲା। ୧୦୨ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଉମରକୋଟରୁ ଓଡ଼ି ୧୦ଏନ ୮୪୬୬ ନମ୍ବର ଗାଡି ପାଣ୍ଡରାଗନ୍ଦୀ ଗ୍ରାମକୁ ଯାଇଥିଲା। ସେଠାରୁ ଗୋମତିଙ୍କୁ ନେଇ ଇଛାପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲା।