Odisha Link
Bridging the Missing Links in Odisha

ସିନେମା ‘ଆଦିପୁରୁଷ’ ସୁଟିଂ ସେଟ୍ ରେ ଅଗ୍ନିକାଣ୍ଡ

ମୁମ୍ବାଇ : ବଲିଉଡ଼ ସିନେମା ‘ଆଦିପୁରୁଷ’ ସୁଟିଂ ଶେଟ୍ ରେ ଅଗ୍ନିକାଣ୍ଡ। ଗୋରେଗାଓଁ ସ୍ଥିତ ସିନେମା ସେଟ୍ ରେ ଗତ କାଲି ଅଗ୍ନିକାଣଡ ହୋଇଥିଲା। ସେହି ସମୟରେ ସେଠାରେ ପାଖାପାଖି ୫୦ରୁ ୬୦ ଜଣ ଉପସ୍ଥିତ ଥିଲେ । ନିଆଁକୁ କାବୁ କରିବା ପାଇଁ ମୁମ୍ବାଇ ଅଗ୍ନିଶମବାହିନୀର ୮ଟି ଗାଡି, ୫ଟି ଜମ୍ବୋ ଟ୍ୟାଙ୍କର, ଗୋଟିଏ ପାଣି ଟ୍ୟାଙ୍କର ଏବଂ ଜେସିବି ପଠାଯାଇଥିଲା।

ନିଆଁ ଲାଗିବାର କାରଣ ସର୍ଟ ସର୍କିଟ୍ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଅଧିକାରୀଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନାହିଁ। ସିନେମା ‘ଆଦିପୁରୁଷ’ର ସେଟ୍ ରେ ଲାଗିଥିବା ନିଆଁକୁ ଆୟତ କରାଯାଇ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇଛି। ଏହି ଘଟଣାରେ କେହି ଆହତ ହେବାର ସୂଚନା ମଧ୍ୟ ମିଳିନାହିଁ ।

ସିନେମାରେ ପ୍ରଭାସଙ୍କୁ ଆଦିପୁରୁଷ ଭୂମିକାରେ ଦେଖିବାକୁ ମିଳିବ। ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବେ । ଏହି ସିନେମା ହିନ୍ଦୀ ଏବଂ ତେଲୁଗୁରେ ସୁଟିଂ କରାଯିବ। ତାମିଲ, ମାଲାୟାଲମ୍, କନ୍ନଡ଼ ଏବଂ ଅନ୍ୟ ଭାଷାରେ ମଧ୍ୟ ଏହି ସିନେମା ରିଲିଜ ହେବ। ଆଦିପୁରୁଷ ୨୦୨୨ରେ ରିଲିଜ୍ ହେବ ବୋଲି ସୂଚନା ମିଳୁଛି ।

Comments are closed.