ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ନନ୍ଦଙ୍କ ପରଲୋକ

ବୋଲଗଡ : ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ନନ୍ଦଙ୍କ ପରଲୋକ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳରେ ଶୋକାକୁଳ ଛାଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା।
ଶେଷ ସମୟରେ ସେ ଭୁବନେଶ୍ୱରରେ ପୁଅ ଅଶୋକ କୁମାର ନନ୍ଦ ପାଖରେ ରହୁଥିଲେ, ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହେବାପରେ, ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ବଡ଼ ପୁଅ ଅଶୋକ କୁମାର ନନ୍ଦ ମୁଖାଗ୍ନି ଦେଇଥିବା ବେଳେ ସାନ ଭାଇ ବିଜୟ କୁମାର ନନ୍ଦ, ଅଜୟ କୁମାର ନନ୍ଦ, ପୁତୁରା ଅମିତ କୁମାର ଜେନା, ଭଣଜା ଲକ୍ଷ୍ମୀକାନ୍ତ ଏବଂ ପରିବାର ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଅଞ୍ଚଳରେ ଏକ ବିରଳ ଦୀପା ଶିଖା ଆଜି ଲିଭିଯାଇଛି ।