ରାଜ୍ୟର ଆଉ ଏକ ଜିଲ୍ଲାରେ ଲାଗିଲା ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।
ମାଲକାନଗିରି ପରେ ନବରଙ୍ଗପୁରରେ ଲାଗିଲା କଟକଣା। ଆସନ୍ତା କାଲିଠୁ ନବରଙ୍ଗପୁର ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ।