Odisha Link
Bridging the Missing Links in Odisha

ରାହୁଲଙ୍କ ନୂଆ ରୂପ, ଟ୍ବିଟ୍‌ କରି କହିଲେ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ପହଁଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଗୁରୁ ନାନକ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହେଲେ ଏକ ନୂଆ ଅନ୍ଦାଜରେ ନଜର ଆସିିଥିଲେ ରାହୁଲ। ଶିଖ୍‌ ଧର୍ମିମାନଙ୍କ ପାରମ୍ପରିକ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ ରାହୁଲ। ରାହୁଲଙ୍କ ଏହି ନୂଆ ଅବତାର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ରାହୁଲ ଗାନ୍ଧି ଏକ ଟ୍ୱିଟ୍ ପୋଷ୍ଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ରରେ ଯାତ୍ରାର ଆରମ୍ଭ ହୋଇସାରିଛି। ଗୁରୁ ନାନକଙ୍କ ପ୍ରେମ, ଶାନ୍ତି ଓ ଭାଇଚାରା ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ଯୋଡୋ ଯାତ୍ରା ପୂରା କରିବାର ସଂକଳ୍ପ ନେଇଛି। ଏଥିସହିତ ରାହୁଲ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଗୁରୁ ନାନକ ଜୟନ୍ତୀ। ସେ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା। ଶିଖ୍ ଧର୍ମୀମାନଙ୍କ ପାଇଁ ଗୁରୁ ନାନକ ଖୁବ୍ ଗୁରୁତ୍ୱ ରଖନ୍ତି। ଗୁରୁ ନାନକ ତାଙ୍କର ପୂରା ଜୀବନକୁ ମାନବ କଲ୍ୟାଣ ଦିଗରେ ସମର୍ପିତ କରିଥିଲେ ।