Odisha Link
Bridging the Missing Links in Odisha

ସେମି ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା !

ବୁଧବାରଠୁ ଅର୍ଥାତ୍‌ ଆସନ୍ତାକାଲିଠୁ ୨୦୨୨ ବିଶ୍ବକପ୍‌ର ସେମି ରାଉଣ୍ଡ ଖେଳାଯିବ। ଗୁରୁବାର ଦିନ ଭାରତ-ଇଂଲଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆକୁ ଜୋରଦାର ଝଟକା। ବିଶ୍ବକପ୍‌ ସେମି ଫାଇନାଲ ମୁକାବିଲା ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା। ସେମି ମୁକାବିଲାର ଦିନକ ପୂର୍ବରୁ ଆହତ ହେଲେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଆଡିଲେଡରେ ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ସୂଚନା ରହିଛି। ରୋହିତଙ୍କ ଆହାତ ଟିମ୍‌ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ରୋହିତ ସେମି ମୁକାବିଲା ଖେଳିବେ ନା ନାଇଁ ତାକୁ ନେଇ ଆଶଙ୍କା ଦେଖାଦେଇଛି।

ବୁଧବାରଠୁ ଅର୍ଥାତ୍‌ ଆସନ୍ତାକାଲିଠୁ ୨୦୨୨ ବିଶ୍ବକପ୍‌ର ସେମି ରାଉଣ୍ଡ ଖେଳାଯିବ। ଗୁରୁବାର ଦିନ ଭାରତ-ଇଂଲଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେମି ମୁକାବିଲାରୁ ପୂର୍ବରୁ ଟିମ୍‌ ଇଣ୍ଡିଆ ନେଟ୍ସରେ ଜୋରଦାର ଅଭ୍ୟାସ କରୁଥିବା ବେଳେ ଇଂଲଣ୍ଡ ଦଳ ମଧ୍ୟ ଜୋରଦାର ଅଭ୍ୟାସ କରୁଛି। ଏସବୁ ମଧ୍ୟରେ କ୍ୟାପ୍ଟେନ ରୋହିତଙ୍କ ଆହତ ସମସ୍ୟା ଟିମ୍‌ ଇଣ୍ଡିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଚଳିତ ଟି-୨୦ରେ ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ସେମି ମୁକାବିଲାରେ ପହଁଞ୍ଚିଛି। ସୁପର ୧୨ ଗ୍ରୁପ୍‌ ପର୍ଯ୍ୟାୟରେ ଗୋଟିଏ ମ୍ୟାଚ୍‌ ହାରି ସେମିରେ ଏଣ୍ଟ୍ରି କରିଛି ଭାରତ।

Leave A Reply

Your email address will not be published.