Odisha Link
Bridging the Missing Links in Odisha

ନବଜାତର ମୃତଦେହକୁ ଖାଇଲା କୁକୁର

ଏକ ନବଜାତ ଶିଶୁର ମୃତଦେହ କୁକୁର ଖାଉଥିବାର ଦେଖିବାକୁ ମିଳିଛି

ଓଏଲ୍ ବ୍ୟୁରୋ : କେନ୍ଦୁଝର ଡାକ୍ତରଖାନା ପରିସରରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ନବଜାତ ଶିଶୁର ମୃତଦେହ କୁକୁର ଖାଉଥିବାର ଦେଖିବାକୁ ମିଳିଛି। ନବଜାତ ଶିଶୁ ମୃତଦେହ କେଉଁଠୁ ଆସିଲା ଏବଂ ଏଭଳି ଅବସ୍ଥାରେ କିପରି କୁକୁର ମୃତଦେହ ପାଇଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣା ପଡିଛି।

ପୂର୍ବରୁ ଅନେକ ଥର ନବଜାତ ଶିଶୁଙ୍କ ମୃତ ଶରୀର ମିଳୁଥିବାବେଳେ ବର୍ତ୍ତମାନ କୁକୁର ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ମୃତ ନବଜାତ ଶିଶୁଟି କାହାର ତାହା ଜଣା ପଡ଼ିନାହିଁ।