Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା: ମେ’ ୨୬ରେ ହେବ ଜାମିନ୍ ଆବେଦନର ଶୁଣାଣି

ଆସନ୍ତା ମେ' ୨୬ ତାରିଖକୁ ଶୁଣାଣି ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ସୂଚନା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅର୍ଚ୍ଚନା ନାଗଙ୍କୁ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଇଡି ମାମଲାରେ ଅର୍ଚ୍ଚନା ନାଗ ଜାମିନ ଆବେଦନ କରିଥିଲେ। ତେବେ ଏହି ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବାବେଳେ ଏହାର ତାରିଖ ବଦଳାଯାଇଛି। ଆସନ୍ତା ମେ’ ୨୬ ତାରିଖକୁ ଶୁଣାଣି ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେବଳ ଗୋଟିଏ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିିଛି। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।