Odisha Link
Bridging the Missing Links in Odisha

ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା: ଓଡ଼ିଶାକୁ ଗର୍ବିତ କଲା ଗଞ୍ଜାମ

ଗଂଜାମ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର ହାସଲ କରିଛି।

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗୌରବ ଆଣିଲା ଗଞ୍ଜାମ। ଗଞ୍ଜାମକୁ ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା ମିଳିଛି। ରାଷ୍ଟ୍ରପତିଙ୍କ ଠାରୁ ଦିଲ୍ଲୀ ବିଜ୍ଞାନ ଭବନରେ ପୁରସ୍କାର ଗ୍ରହଣ କଲେ ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍। ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଗଞ୍ଜାମ ଜିଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗଞ୍ଜାମ ଜିଲାକୁ ମିଳିଛି ୬ଟି ପୁରସ୍କାର। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପୁରସ୍କାରରେ ଗଞ୍ଜାମକୁ ମିଳିଛି ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କ୍ରମାଗତ ଭାବେ ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବାରେ ଲାଗିଛି। ଦେଶର ମୋଟ ୬ ହଜାର ୬୧୨ଟି ବ୍ଲକ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଶ୍ରେଷ୍ଠ ବିବେଚିତ ହୋଇଛି। ଗଂଜାମ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର ହାସଲ କରିଛି। ସୁସ୍ଥ ପଞ୍ଚାୟତ, ସାମାଜିକ ସୁରକ୍ଷିତ ପଞ୍ଚାୟତ, ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ବିଭାଗରେ ମଧ୍ୟ ଗଞ୍ଜାମ ଜିଲା ପୁରସ୍କୃତ ହୋଇଛି।

ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର, ହିଞ୍ଜିଳିକୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର, ହିଞ୍ଜିଳି ବ୍ଲକ କଞ୍ଚୁରୁ ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ପୁରସ୍କାର, ଶାସନ ଆମ୍ବଗାଁକୁ ଦ୍ୱିତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ପୁରସ୍କାର, ଭଞ୍ଜନଗର ବ୍ଲକ କୁଲାଡ଼କୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର, ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉର୍ଜା ସ୍ୱରାଜ ବିକାଶ ପଞ୍ଚାୟତ ପୁରସ୍କାର ଭାବେ ଘୋଷଣା କରାଯାଇଥିଲା। ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିଲା। ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆସିକା ଥାନା ଆଇଆଇସି ଟ୍ରଫି ଗ୍ରହଣ କରିଥିଲେ।

Leave A Reply

Your email address will not be published.