Odisha Link
Bridging the Missing Links in Odisha

ସିବିଆଇ ଜାଲରେ ଜଣେ ସ୍ୱାସ୍ଥ୍ୟ ଅଧିକାରୀ; ଜବତ ହେଲାଣି ପ୍ରାୟ ୧ କୋଟି ଟଙ୍କା

ଓଏଲ୍‌ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ବର୍ତ୍ତମାନ ସେ ସିବିଆଇ ଜାଲରେ ପଡିଛନ୍ତି। ପାରାଦୀପ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଘରେ ସିବିଆଇର ମାରାଥନ ରେଡ୍‌। ପୋର୍ଟ ହେଲ୍‌ଥ ଅର୍ଗାନାଇଜେସନ ଅଫିସର ଆର୍.ଏନ୍ ପାଣିଗ୍ରାହୀଙ୍କ ଘରେ ରେଡ୍‌ କରାଯାଇଛି।

କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିବା ପରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସିବିଆଇ ରେଡ୍‌ ଚାଲିଛି।ପାରାଦୀପରେ ଅଫିସ୍ ଓ ଭଡ଼ା ଘର ସହ ବାଲେଶ୍ୱର ଓ କଟକରେ ବି ଚଢ଼ାଉ ଚାଲିଛି। ପ୍ରାୟ କୋଟିଏ ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଥିବା ସୂଚନା ରହିଛି। ବିଦେଶୀ ମଦ ଓ ଦାମୀ ସିଗାରେଟ୍ ମଧ୍ୟ ମିଳିଥିବା ସୂଚନା ରହିଛି।