Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: ନୂଆଦିଲ୍ଲୀରେ ରାଜ୍ୟ କଂଗ୍ରେସ ନେତାଙ୍କ ବୈଠକ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ଏହି ରାଜନୈତିକ ଅଙ୍କକଷା ମଧ୍ୟରେରେ କଂଗ୍ରେସ ମଧ୍ୟ ନିଜର ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ କରିଛି। ନୂଆଦିଲ୍ଲୀରେ ରାଜ୍ୟ କଂଗ୍ରେସ ନେତାଙ୍କ ବୈଠକ ଆରମ୍ଭ ହୋଇଛି।

ଓଡ଼ିଶା କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି କେନ୍ଦ୍ରୀୟ ନେତା। ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧି ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଶରତ ପଟ୍ଟନାୟକ, ନିରଂଜନ ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି। ଏଆଇସିସି କାର୍ଯ୍ୟାଳୟରେ ୨ ଘଣ୍ଟା ଧରି ଏହି ବୈଠକ ଜାରି ରହିବ।