Odisha Link
Bridging the Missing Links in Odisha

ଲୋକସଭାରେ ପାରିତ ହେଲା ଭାରତୀୟ ନ୍ୟାୟ ସଂହିତା ବିଲ୍

ଓଏଲ୍‌ ବ୍ୟୁରୋ: ସଂସଦର ନୂଆ ଗୃହରେ ଶୀତ ଅଧିବେଶନ ଜାରି ରହିଛି। ଗତକାଲି ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ କାର୍ଯ୍ୟ ଅଚଳ ହୋଇ ପଡିଥିଲା। ତେବେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଆଇପିସି ଓ ସିଆର୍‌ପିସିରେ ସଂଶୋଧନ ବିଲ୍ ସଂପର୍କରେ ଆଲୋଚନା କରିଥିଲେ। ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ଅବଗତ କରାଇଥିଲେ। ଏହା ସହ ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍ ୨୦୨୩ ପାରିତ ହୋଇଛି।

ସୂଚନା ଅନୁସାରେ, ଗତକାଲି ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦର ଉଭୟ ଗୃହ ଅଚଳ ହୋଇପଡିଥିଲା। ଯେଉଥିପାଇଁ ଲୋକସଭା ପରେ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଆଜି ଉଭୟ ଗୃହରୁ ମୋଟ ୧୪୦ରୁ ଅଧିକ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହାପୂର୍ବରୁ ଲୋକସଭାରେ ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ଡିସେମ୍ବର ୧୪ ତାରିଖରେ ୧୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ।

Leave A Reply

Your email address will not be published.