Odisha Link
Bridging the Missing Links in Odisha

ସ୍ବାଭିମାନ ଅଞ୍ଚଳରେ ରାଜ୍ୟପାଳ; ସ୍ବାସ୍ଥ୍ୟକେନ୍ଦ୍ର ବୁଲିବା ସହ ରୋଗୀଙ୍କ ସହ କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ମାଲକାନଗିରି ମାଥିଲି ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ମାଥିଲି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଲେ। ସ୍ବାସ୍ଥ୍ୟକେନ୍ଦ୍ର ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କଲେ। ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଲେ। ଏହା ସହ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି।

ଲୋକଙ୍କ ସମସ୍ୟା ଉପରେ ବିଚାର କରିବାକୁ ଚିଠି ଉଲ୍ଲେଖ କରି ପରାମର୍ଶ ଦେଇଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଗସ୍ତର ଅନୁଭୂତି ନେଇ ଚିଠି ଦେଇଛନ୍ତି। ଗସ୍ତ ସମୟରେ ଗ୍ରାଉଣ୍ଡରେ ଲୋକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଭେଟିଥିଲେ। ଜୋରନ୍ଦାରେ ଥିବା ବୃଦ୍ଧାଶ୍ରମ ଜମିର ସମାଧାନ, ତାଳଚେରର ପାଣି ସମସ୍ୟାର ସମାଧନ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.