Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଆଜି ହେବ ଆଲୋଚନା, ଅପରାହ୍ନକୁ ଅପେକ୍ଷା

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ ଦିବସ। କାରଣ ଗତକାଲି ଏନିସିପି ଓ କଂଗ୍ରେସ ସରକାର ଗଠନ ନେଇ ସହମତି ପ୍ରକାଶ କରିଛନ୍ତି। ଆଜି ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ବୈଠକ ବସିବ। ଏହି ବୈଠକ ପରେ ମହାରାଷ୍ଟ୍ର ରାଜନୀତିର ମଙ୍ଗ କିଏ ଧରିବ ଏବଂ ସମୀକରଣ କଣ ରହିବ ତାହା ସ୍ପଷ୍ଟ ହୋଇଯିବ।

ଅନ୍ୟପଟେ ଆଜି ଦିନ ୩ଟାରେ ଉଦ୍ଧବ ଠାକରେଙ୍କ ସହ କଂଗ୍ରେସ ଓ ଏନସିପିର ବୈଠକ ଅନୁଷ୍ଠିତ ହେବ ଏଥିରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟର ରୂପରେଖ ସଂପର୍କରେ ଆଲୋଚନା ହେବାର ଅଛି। ତେବେ ମହାରାଷ୍ଟ୍ରରେ ସ୍ଥିର ସରକାର ଗଠନ ଏବଂ ୫ ବର୍ଷର ସରକାର ଚାଲିବା ଭଳି ନିଷ୍ପତ୍ତି ହେବା ପରେ କଂଗ୍ରେସ ଆଗକୁ ଆସିଥିବା ଚର୍ଚ୍ଚା ହେଉଛି। ତେବେ ମହାରାଷ୍ଟ୍ରରେ ଏନସିପି ଅପେକ୍ଷା କଂଗ୍ରେସ ଶିବସେନାର ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି। ଏବେ ତିନି ଦଳ ମେଣ୍ଟ ସଂପର୍କରେ ଘୋଷଣା କରିବା ପରେ ସରକାର ଗଠନ ନେଇ ତାରିଖ ସ୍ପଷ୍ଟ ହେବ । ଚର୍ଚ୍ଚା ଅନୁସାରେ ରବିବାର କିମ୍ୱା ସୋମବାର ସରକାର ଗଠନ ହୋଇପାରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।

Comments are closed.