Odisha Link
Bridging the Missing Links in Odisha

ମୋଦିଙ୍କ ବିମାନ ଯାତ୍ରା: ୩ବର୍ଷରେ ୨୫୫ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଯାତ୍ରାର ଖର୍ଚ୍ଚ ତାଲିକା। ଗତ ୩ର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଡ଼ାଣରେ ୨୫୫ କୋଟି ଟଙ୍କାା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଏଭଳି ଖର୍ଚ୍ଚ ହୋଇଥିବା ରାଜ୍ୟସଭାରେ କୁହାଯାଇଛି।

କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ ଏହି ଖର୍ଚ୍ଚ ବାବଦରେ କହିଛନ୍ତି। ସେ କହିଛନ୍ତି, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭-୧୮ରେ ଏହାର ପରିମାଣ ୯୯.୩୨ କୋଟି ଟଙ୍କା ଥିଲା।

୨୦୧୮-୧୯ରେ ଉଡ଼ାଣ ବାବଦକୁ ଖର୍ଚ୍ଚ ୭୯.୯୧ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଏଯାଏ ଆସିପାରିନାହିଁ। ହଟ୍ଲାଇନ୍ ବ୍ୟବସ୍ଥା ପାଇଁ ୨ କୋଟି ୨୪ ଲକ୍ଷ ୭୫ ହଜାର ୪୫୧ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭-୧୮ରେ ୫୮,୦୬,୬୩୦ ଟଙ୍କା ଖର୍ଚ୍ଚ ହୋଇଥିଲା।

Comments are closed.