Odisha Link
Bridging the Missing Links in Odisha

ଓଡ଼ିଶାରେ ୫୪ଜଣ କରୋନା ସନ୍ଦିଗ୍ଧ

ଭୁବନେଶ୍ବର : ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଛି କରୋନା। ଦେଶରେ ଏ ପର୍ଯ୍ୟନ୍ତ ୩ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନା ଭାଇରସ୍ ସନ୍ଦେହରେ ଏ ପର୍ଯ୍ୟନ୍ତ ୫୪ ଜଣଙ୍କୁ ନଜରରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିବା ବେଳେ ୫୧ ଜଣଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୭ଟି ନମୁନା ସଂଗ୍ରହ କରାଯାଇଥିଲ ଏବଂ ସେ ସମସ୍ତ ନମୁନା ନେଗେଟିଭ୍ ରହିଛି। କରୋନା ଭାଇରସ୍‌ ପାଇଁ ଟିକା ଉପଲବ୍ଧ ହେଉ ନ ଥିବାରୁ ଏଥିପାଇଁ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ନିକଟରେ ରାଜ୍ୟର ସମସ୍ତ ସ୍କୁଲକୁ କରୋନା ସଂପର୍କିତ ଗାଇଡଲାଇନ୍ ପଠାଯାଇଛି। ଏହାସହ ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ ଓ ରେଡିଓ ଜରିଆରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏଥିସହ ରାଜ୍ୟସ୍ତରରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରୁଛି।

Comments are closed.