Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡକୁ ୨୯୭ ରନର ଟାର୍ଗେଟ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭର ଖେଳି ୭ ଓ୍ବିକେଟ ହରାଇ ୨୯୬ ରନ୍‌ କରିଛି। ଆଜିର ଦିନିକିଆ ଜିତି ସିରିଜ୍ କ୍ଲିନ ସୁଇପ ଲକ୍ଷରେ ରହିଛି ନ୍ୟୁଜିଲାଣ୍ଡ ଦଳ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୯୭ ରନର ଆବଶ୍ୟକ ରହିଛି।

ନ୍ୟୁଜିଲାଣ୍ଡ ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ ଆରମ୍ଭ କରିବା ପରେ ମାତ୍ର ୮ ରନରେ ପ୍ରଥମ ୱିକେଟ ହରାଇଥିଲା। ପରେ ପରେ ୩୨ ରନରେ ଅଧିନାୟକ ବିରାଟ କୋହଲି ଏବଂ ୬୨ ରନରେ ପୃଥ୍ବୀ ଶ ଆଉଟ ହୋଇଯାଇଥିଲେ। ଶ୍ରେୟସ ଆୟାର ଏବଂ ରାହୁଲ ୧୦୦ ରନ୍‌ର ଭାଗିଦାରୀ କରି ଦଳର ସ୍ଥିତିକୁ ସୁଧାରିଥିଲେ। ମାତ୍ର ୩୦.୩ ଓଭରରେ ଶ୍ରେୟସ ଗ୍ରାଣ୍ଡହୋମଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ୬୨ ରନରେ ଆଉଟ୍‌ ହୋଇଯାଇଥିଲେ। ମନୀଷ ପାଣ୍ଡେ( ୪୨) ଏବଂ ରାହୁଲ (୧୧୨) ରନ୍ କରି ସ୍ଥିତିକୁ ସୁଦୃଢ କରିଥିଲେ। ସରଦୁଲ ୪୮ତମ ଓଭରରେ ଠାକୁର ୭ ରନ କରି ଆଉଟ ହୋଇଥିଲେ। ପରେ ନବଦୀପ ସାଇନି(୪) ଜାଡେଜା (୭)ରନ କରିଥିଲେ।

Comments are closed.