Odisha Link
Bridging the Missing Links in Odisha

ମାର୍ଚ୍ଚ ୧୦ରୁ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ମାସ ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହରେ ବ୍ୟାଙ୍କଗୁଡ଼ିକ ଲଗାତାର ୬ ଦିନ ବନ୍ଦ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ବେତନ ବଢ଼ାଇବା ଓ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଭଳି ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ମାର୍ଚ୍ଚ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ କରିବେ। ଏଥିସହ ମାର୍ଚ୍ଚ ୧୦ରେ ହୋଲି, ୧୧-୧୩ ପର୍ଯ୍ୟନ୍ତ ତିନି ଦିନ ଧର୍ମଘଟ, ୧୪ ତାରିଖ ଦ୍ବିତୀୟ ଶନିବାର ଓ ୧୫ ତାରିଖ ରବିବାର ପଡ଼ୁଥିବାରୁ ଏହି ଛଅ ଦିନ ବ୍ୟାଙ୍କ ବନ୍ଦ ରହିବ।

ବ୍ୟାଙ୍କ ବନ୍ଦ ରହିଲେ ଶାଖାରେ ହେଉଥିବା କାରବାର, ଟଙ୍କା ଜମା ଏବଂ ଉଠାଣ, ଚେକ୍ କ୍ଲିୟରାନ୍ସ ଓ ଋଣ ଆବଣ୍ଟନ ଭଳି କାର୍ଯ୍ୟ ପ୍ରଭାବିତ ହେବ। ମାର୍ଚ୍ଚରେ ହେବାକୁ ଥିବା ଧର୍ମଘଟ ହେଉଛି ଚଳିତ ବର୍ଷର ତୃତୀୟ ବ୍ୟାଙ୍କ ଧର୍ମଘଟ। ଗତ ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ ସେମାନେ ଦୁଇ ଦିନିଆ ଧର୍ମଘଟ କରିଥିଲେ। ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘଗୁଡ଼ିକ ଧମକ ଦେଇଛନ୍ତି ଯେ, ଯଦି ଆସନ୍ତା ଧର୍ମଘଟ ସତ୍ତ୍ବେ ସେମାନଙ୍କ ଦାବି ପୂରଣ ‌ହେବ ନାହିଁ ତେବେ ଏପ୍ରିଲ୍‌ ୧ରୁ ଅନିର୍ଦିଷ୍ଟକାଳୀନ ଧର୍ମଘଟ ହେବ।

Comments are closed.