Odisha Link
Bridging the Missing Links in Odisha

ବିହାରରେ ଲାଗୁ ହେବ ନାହିଁ ଏନଆରସି: ନୀତୀଶ କୁମାର

ପାଟନା: ବିହାରରେ ଲାଗୁ ହେବ ନାହିଁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) । ଅନ୍ୟପଟେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ୨୦୧୦ ମସିହାରେ ଯେଉଁ ପ୍ରକ୍ରିୟାରେ ହୋଇଥିଲା ସେହି ଆଧାରରେ ମଧ୍ୟ ବିହାରରେ କାର୍ଯ୍ୟକାରୀ ହେବ। ସେ ନେଇ ଆଜି ବିହାର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି।

ବିହାର ବିଧାନସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏନପିଆର ଫର୍ମରେ ଥିବା ବିବାଦୀୟ ଅଂଶକୁ ହଟେଇବା ପାଇଁ ନିବେଦନ କରିଛନ୍ତି। ସୂଚନାଥାଉକି, ବର୍ତ୍ତମାନ ବିହାରରେ ବିଜେପି Aସମର୍ଥିତ ଜେଡିୟୁ ଦଳ ଶାସନ କରୁଛି।

ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିହାର ବିଧାନସଭାରେ ହଙ୍ଗାମା ହୋଇଥିଲା। ଏପରିକି ତେଜସ୍ବୀ ଯାଦବ ସିଏଏକୁ କଳା ଆଇନ୍‌ ସହ ତୁଳନା କରିଥିଲେ। ଏହାରିମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏନପିଆର ଫର୍ମରେ ଥିବା ବିବାଦୀୟ ଅଂଶକୁ ହଟେଇବା ପାଇଁ ନିବେଦନ କରିଛନ୍ତି।

Comments are closed.