Odisha Link
Bridging the Missing Links in Odisha

ରାଜଘାଟରେ ଗଛ ଲଗାଇଲେ ଟ୍ରମ୍ପ ଦମ୍ପତ୍ତି, ରକ୍ଷଣାବେକ୍ଷଣ କରିବ କିଏ?

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଞ୍ଜଳି ଦେଇଥିଲେ ଟ୍ରମ୍ପ ଦମ୍ପତ୍ତି।

ଏହି ସମୟରେ ରାଜଘାଟରେ ଟ୍ରମ୍ପ ଦମ୍ପତି ଗୋଟିଏ ଗଛ ଲଗାଇଛନ୍ତି। ଗଛ ଲଗାଇବା ପାଇଁ ଟ୍ରମ୍ପ ଓ ମେଲାନିଆ ହାତରେ ବେଲଚା ଧରିଥିଲେ। ବେଲଚା ଧରି ସେମାନେ ଗଛରେ ମାଟି ଦେଇଥିଲେ। ଗଛ ଲଗାଇବା ପରେ ତାଙ୍କୁ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦିଆଯାଇଥିଲା। ଏହି ସମୟରେ ଟ୍ରମ୍ପ ଦମ୍ପତିଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରହିଥିଲେ।

ଟ୍ରମ୍ପ ଲଗାଇଥିବା ଗଛଟିର ରକ୍ଷଣାବେକ୍ଷଣ ରାଜଘାଟରେ ଥିବା କର୍ମୀ ମାନେ କରିବେ ବୋଲି ଜଣା ପଡିଛି।

Comments are closed.