Odisha Link
Bridging the Missing Links in Odisha

ବେଆଇନ୍‌ ପାର୍କିଂ କରୁଛନ୍ତି କି?, ଦେବାକୁ ପଡ଼ିବ ଡବଲ ଫାଇନ

ଭୁବନେଶ୍ବର: ଆପଣ ରାଜଧାନୀରେ ବେଆଇନ୍‌ ଭାବେ ଗାଡ଼ି ପାର୍କିଂ କରୁଛନ୍ତି କି? ଯଦି ହଁ ତେବେ ସାବଧାନ ରୁହନ୍ତୁ। କାରଣ ରାଜଧାନୀରେ ଏବେ ବେଆଇନ୍‌ ପାର୍କିଂ କଲେ ପଡ଼ିବ ଡବଲ ଫାଇନ। ତା’ ସହିତ ଗାଡ଼ି ଉଠାଇବାର ଚାର୍ଜ ଟଙ୍କା ବି ଦେବେ। ଆଜିଠାରୁ କମିଶନରେଟ୍‌ ପୁଲିସ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିଛି।

ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି, ରାଜଭବନରୁ କଳାରାହାଙ୍ଗ ଛକ ମଧ୍ୟରେ ରାସ୍ତା କଡ଼ରେ କେହି ଗାଡ଼ି ରଖି ପାରିବେ ନାହିଁ। ସେହିପରି ଏୟାରପୋର୍ଟ ଛକରୁ ନାଲ୍‌କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ରୁ ଜୟଦେବ ବିହାର ଛକରେ ଏହି ନିୟମ ଲାଗୁ ହେବ। ସେହିପରି ଶ୍ରୀୟା ଟକିଜ୍‌ଠାରୁ ପିଏଚ୍‌ଡି ଅଫିସ୍‌ ଓ ବାପୁଜୀ ନଗର ଅଞ୍ଚଳରେ ଏହି ନିୟମ ଲାଗୁ ହେବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.