Odisha Link
Bridging the Missing Links in Odisha

ଇତିହାସରେ ପ୍ରଥମ: ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଫଲୋ କଲା ‘ହ୍ୱାଇଟ୍‌ ହାଉସ୍‌’

ନୂଆଦିଲ୍ଲୀ: ଆଜିର ସମୟୟରେ ସାରା ବିଶ୍ବରେ ସୋସିଆଲ ମିଡିଆ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ସେ ମଧ୍ୟରୁ ଟୁଇଟର ହେଉଛି ଅନ୍ୟତମ। ଏହା ହେଉଛି ସୋସିଆଲ ମିଡିଆର ଏକ ବଡ଼ ପାଲ୍ଟଫର୍ମ। ଆଜିର ସମୟରେ ଟୁଇଟର ହିଁ ନେନା, ମନ୍ତ୍ରୀଙ୍କ କଥା ସୋସିଆଲ ମିଡିଆରେ ପହଁଞ୍ଚେଇଥାଏ। ଏସବୁ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟୁଇଟରରେ ନୂଆ ଅନୁସରଣକାରୀ ମିଳିଛନ୍ତି। ତେବେ ଏଥିରେ ନୂଆ ଏବଂ ସ୍ୱତନ୍ତ୍ର କଥା ଏହାଯେ, ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା କେନ୍ଦ୍ର ‘ହ୍ୱାଇଟ୍‌ ହାଉସ୍‌’ (The White House ) ପ୍ରଥମ ଥର ପାଇଁ ଆମେରିକା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି।

ବର୍ତ୍ତମାନ The White House ୧୯ ଜଣଙ୍କୁ ଅନୁସରଣ କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍‌ଓକୁ ବି ଅନୁସରଣ କରୁଛି। ମୋଦି ଏବଂ ରାଷ୍ଟ୍ରପତି କୋବିନ୍ଦ ଅଣ ଆମେରିକୀୟ ଭାବେ ପ୍ରଥମ ଥର ପାଇଁ ଏପରି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ଏଥିସହିତ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାକୁ ହ୍ୱାଇଟ୍‌ ହାଉସ୍‌ ଫଲୋ କରିଛି।

Comments are closed.