Odisha Link
Bridging the Missing Links in Odisha

ଓଡ଼ିଶାରେ ପ୍ରଥମ ଥର ପାଇଁ ୨ ଶିଶୁଙ୍କୁ ‘କରୋନା’

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଇ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଗତକାଲି ଚିହ୍ନଟ ହୋଇଥିବେ ୪ ପଜିଟିଭଙ୍କ ମଧ୍ୟରୁ ୩ଜଣ ଭୁବନେଶ୍ବର ଏବଂ ଜଣେ କଳାହାଣ୍ଡିର ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ହେଲେ ସବୁଠୁ ବଡ଼ ଖବର ହେଉଛି ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଜଣଙ୍କର ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୯ ବର୍ଷ। ଏମାନେ ‘କରୋନା’ରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବରର। ସେହିପରି ଝାରପଡ଼ା ଅଞ୍ଚଳରେ ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଅପରପକ୍ଷେ ୪୫ ନମ୍ବର ଆକ୍ରାନ୍ତ କଳାହାଣ୍ଡି ଗୋଲାମୁଣ୍ଡା ଅଞ୍ଚଳର ୨୦ ବର୍ଷର ଯୁବକ ଏନେଇ ସ୍ପଷ୍ଟ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କରିଛି।

ଆଜି ସୁଦ୍ଧା ରାଜ୍ୟରେ ୪୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଏବେ ୪୫ ଜଣ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସଂକ୍ରମଣ ଅଞ୍ଚଳକୁ ସିଲ୍‌ କରି ସାନିଟାଇଜ୍‌ କରୁଛି।

Comments are closed.