Odisha Link
Bridging the Missing Links in Odisha

ଦୁବାଇକୁ ୫୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଇଲା ଭାରତ

ଦୁବାଇ: ଭାରତ ପକ୍ଷରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୫୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଯାଇଛି ବୋଲି ଗତକାଲି ରାତିରେ ଜଣାଇଛନ୍ତି ସ୍ଥାନୀୟ ସରକାର। ଏଥିପାଇଁ ୟୁଏଇ ପକ୍ଷରୁ ଭାରତକୁ ଧନ୍ୟବାଦ ଦିଆଯାଇଛି।

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ମ୍ୟାଲେରିଆ ବଟିକା ହୋଇଥିଲେ ହେଁ ଏହା କରୋନା ଭୂତାଣୁ ଜନିତ ରୋଗ ପାଇଁ ଉପକାରୀ ସାବ୍ୟସ୍ତ ହେଉଛି। ଭାରତ ଏହି ଔଷଧର ଏକ ବଡ଼ ଉତ୍ପାଦକ ହୋଇଥିବା ବେଳେ ବହୁ ଦେଶ ଏଥିପାଇଁ ଏବେ ଭାରତ ଉପରେ ନିର୍ଭର କରୁଛନ୍ତି। ୟୁଏଇର କିଛି କମ୍ପାନୀ ଭାରତ ଠାରୁ ଏହା କିଣିଥିବା କହିଛନ୍ତି ସେଠାରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ପବନ କପୁର। ଏ ନେଇ ସ୍ଥାନୀୟ ସରକାର ଭାରତକୁ ଅନୁରୋଧ କରିଥିବା ସେ କହିଛନ୍ତି।

ୟୁଏଇରେ ଏଯାବତ ୬,୩୦୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ୩୭ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ନେଇ ସେଠାରେ ବହୁ ଗୁଜବ ପ୍ରସାରିତ ହେଉଥିବାରୁ ଏହାକୁ ବନ୍ଦ କରିବା ଲାଗି ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମିଛ ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ଉପରେ ୨୦,୦୦୦ ଦିଃରାମ୍‌ (ବା ଭାରତୀୟ ମୁଦ୍ରାରେ ପ୍ରାୟ ୪.୨ ଲକ୍ଷ ଟଙ୍କା) ଜରିମାନା ପକାଯାଉଛି।

Comments are closed.