Odisha Link
Bridging the Missing Links in Odisha

କାଲିଠୁ ଏହି ସବୁ ସେବା ଆରମ୍ଭ ହେବ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୩ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୨୦ ତାରିଖରୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଓ ରାଜ୍ୟମାନଙ୍କରେ ଯାତାୟତ ଉପରେ କିଛିଟା କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ କଣ୍ଟିନମେଣ୍ଟ ଅଞ୍ଚଳ ଘୋଷିତ ହୋଇଥିବା ଅଞ୍ଚଳରେ ଏହି ସବୁ କଟକଣା କୋହଳ କାର୍ଯ୍ୟକାରୀ ହେବ ନାହିଁ। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତେବେ ଜାଣନ୍ତୁ କେଉଁଥିରେ କଟକଣା ରହିବ ଓ କେଉଁଥିରେ କୋହଳ ହେବ।

ସମସ୍ତ କୃଷି କାର୍ଯ୍ୟ ପାଇଁ କଟକଣା କୋହଳ:

• କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦୋକାନ ଖୋଲା ରହିବ
• କୃଷି ଯନ୍ତ୍ରପାତି ମରାମତି କରୁଥିବା ଓ୍ବାର୍କସପ୍ ବି ଖୋଲା ରହିବ
• ସାରା ଓ କୀଟନାଶକ ଉତ୍ପାଦନ, ବିକ୍ରି ଓ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ
• କୃଷି ଯନ୍ତ୍ରପାତି, ପମ୍ପ୍ ସେଟ୍ ଓ ଟ୍ରାକ୍ଟଟର୍ ପାଇଁ ଆନ୍ତଃ ଜିଲ୍ଲା ଓ ଆନ୍ତଃରାଜ୍ୟ ଗମନାଗମନକୁ ଅନୁମତି ଦିଆଯିବ
• ଆଦିବାସୀମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବିକ୍ରିବଟା କରିପାରିବେ
• ମତ୍ସ୍ୟ ଉତ୍ପାଦନ ଓ ବିକ୍ରି ହୋଇପାରିବ
• ମାଛ ବିହନ, ଚିଙ୍ଗୁଡ଼ି ଓ ମତ୍ସ୍ୟ ଉତ୍ପାଦ ପରିବହନ ପାଇଁ ବି ସୁଯୋଗ ଦିଆଯିବ
• ଚା, କଫି ବଗିଚାରେ ସର୍ବାଧିକ ୫୦% ଲୋକ କାମ କରିପାରିବେ
• ଚା, କଫି ପ୍ରକ୍ରିୟାକରଣ ୟୁନିଟ୍ରେ ବି ସର୍ବାଧିକ ୫୦% ଲୋକ କାମ କରିବେ
• ବାଉଁଶ, ନଡ଼ିଆ, କୋକୋ, ମସଲା ଉତ୍ପାଦନ କରାଯିବା ସହ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରିବଟା ପାଇଁ ଅନୁମତି ମିଳିବ
• ନର୍ସରି, ମାଛ ଯାଆଁଳ ଉତ୍ପାଦନ, କେନ୍ଦୁ ପତ୍ର ତୋଳା ପାଇଁ ସର୍ବାଧିକ ୫୦% ଲୋକ ନିୟୋଜିତ ହେବେ
• ଦୁଗ୍ଧ ଉତ୍ପାଦନ, ପ୍ରକ୍ରିୟାକରଣ, ବିକ୍ରି ଉପରେ କଟକଣା ରହିବ ନାହିଁ

ସାମାଜିକ କ୍ଷେତ୍ରରେ କାର୍ଯ୍ୟକରୁଥିବା ସଂସ୍ଥାଙ୍କ ପାଇଁ ନିୟମ:

• ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା, ଭିନ୍ନକ୍ଷମ, ମାନସିକ ଅନଗ୍ରସର, ବରିଷ୍ଠ ନାଗରିକ, ସ୍ବାମୀ ପରିତ୍ୟକ୍ତା ମହିଳା ଓ ବିଧବାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଖୋଲା ରହିବ
• ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ନିରୀକ୍ଷଣ କକ୍ଷ ଓ ଶିଶୁ ଯତ୍ନ କେନ୍ଦ୍ର ବି ଖୋଲା ହେବ
• ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତ ବଣ୍ଟନ କରାଯିବ
• ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ପ୍ରତି ୧୫ ଦିନରେ ଥରେ ସେମାନଙ୍କ ଘରେ ଯାଇ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯିବ
• ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକ ଅନୁମତି ଆଣି ସେମାନଙ୍କ ଉତ୍ପାଦନର ବିକ୍ରି ବଟା କରିପାରିବେ

ସେହିପରି ଇ-କମର୍ସ ବ୍ୟବସାୟ ସୋମବାର ପାଖରୁ ଆରମ୍ଭ ହେବ। ହେଲେ ବିତରଣ ବ୍ୟବସ୍ଥାରେ ନିୟୋଜିତ ବ୍ୟକ୍ତିଙ୍କ ଗାଡିର ପାସ୍ ରହିଥିବା ଦରକାର। ରକାରୀ କାର୍ଯ୍ୟକଳାପ, ଆଇଟି କାର୍ଯ୍ୟାଳୟ ଏବଂ ଆନୁଷଙ୍ଗିକ ସେବା ପାଇଁ ଡାଟା ୱାର୍କ ଏବଂ କଲ୍ ସେଣ୍ଟର ଗୁଡିକ ମଧ୍ୟ ଖୋଲିପାରିବ। ହେଲେ ଅଫିସରେ ମୋଟ କର୍ମଚାରୀରୁ ୫୦ ପ୍ରତିଶତରୁ କମ୍ କର୍ମଚାରୀ ରହିବେ। ଜାତୀୟ ରାଜପଥରେ ମଧ୍ୟ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଟ୍ରକ ଚାଳକଙ୍କ ପାଇଁ ଗ୍ୟାରେଜ ଏବଂ ଢ଼ାବା ଆଦି ଖୋଲିବ।

କଟକଣା ରହିବ :
• କେବଳ ପ୍ରତିରକ୍ଷା ବିମାନକୁ ଛାଡ଼ି ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନସେବା ବନ୍ଦ
• ସୁରକ୍ଷାବାହିନୀଙ୍କୁ ଛାଡ଼ି ସମସ୍ତ ଟ୍ରେନରେ ଯାତ୍ରୀ ସେବା ବନ୍ଦ
• ସମସ୍ତ ଯାତ୍ରୀବାହୀ ବସ୍‌ସେବା ବନ୍ଦ
• କେବଳ ମେଡିକାଲ ସାମଗ୍ରୀ ପରିବହନ ବ୍ୟତୀତ ବାକି ସମସ୍ତ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ କଟକଣା ବଳବତ୍ତର
• ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ
• ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ଛାଡ଼ି ବାକି ସମସ୍ତ ପ୍ରତିଷ୍ଠାନ ଉପରେ କଟକଣା
• ସ୍ବତନ୍ତ୍ର ଭାବେ ଅନୁମିତି ମିଳିଥିବା ଭୋଜନାଳୟକୁ ଛାଡ଼ି ସମସ୍ତ ହୋଟେଲ୍ ଓ ରେସ୍ତରାଁଗୁଡ଼ିକ ବନ୍ଦ
• ରୋଗୀ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ପରିବହନକ ଛଡ଼ା କୌଣସି ସ୍ଥାନରେ ଅଟୋ ରିକ୍ସା କିମ୍ବା ଟାକ୍ସି ଗାଡ଼ି ଚାଲିବ ନାହିଁ।
• ସମସ୍ତ ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟ୍ସ କମ୍ପ୍ଲେକ୍ସ୍, ସୁଇମିଂ ପୁଲ୍, ଆମୋଦ ବିନୋଦନ ପାର୍କ, ଥିଏଟର୍, ବାର୍, ଅଡିଟୋରିୟମ୍, କ୍ଲବ୍ଗୁଡ଼ିକ ବନ୍ଦ
• ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ଆମୋଦପ୍ରମୋଦ, ସାଂସ୍କୃତିକ, ଧାର୍ମିକ ଓ ଶୈକ୍ଷିକ ଉତ୍ସବଗୁଡ଼ିକ ଉପରେ କଟକଣା ବଳବତ୍ତର
• ମନ୍ଦିର, ଗୀର୍ଜା, ସଜିଦ୍ ସମେତ ସର୍ବସାଧାରଣ ଧାର୍ମିକ ସ୍ଥଳୀଗୁଡ଼ିକରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ନିଷେଦ୍ଧ କରାଯାଇଛି
• କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହେଲେ ଅନ୍ତକ୍ରିୟା ପାଇଁ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବନି।
• ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଲାବନ୍ଦ ନିୟମକୁ କଡ଼ାକଡ଼ି ଲାଗୁ କରିବେ। ନିୟମ ଉଲଂଘନକାରୀଙ୍କଠାରୁ ଜାତୀୟ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଜରିମାନା ଆଦାୟ କରାଯିବ

Comments are closed.