Odisha Link
Bridging the Missing Links in Odisha

୩୦ ସାମ୍ବାଦିକ କରୋନା ଆକ୍ରାନ୍ତ

ମୁମ୍ବାଇ: ଗତ ସପ୍ତାହରେ ଏକ ସ୍ପେଶାଳ ମେଡିକାଲ କ୍ୟାମ୍ପରେ ସ୍ଥାନୀୟ ସାମ୍ବାଦିକମାନଙ୍କର ସ୍ବାବ୍‌ ନମୁନା ପରୀକ୍ଷଣ କାଯାଇଥିବା ବେଳେ ୩୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ଅଧିକାଂଶ ଟିଭି ଚ୍ୟାନେଲରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ କିଛି ସାମ୍ବାଦିକଙ୍କ ଠାରେ ସନ୍ଦେହଜନକ ଲକ୍ଷଣ ଦେଖା ଯାଇଥିବାରୁ ସେମାନଙ୍କୁ ହୋମ୍‌ କ୍ବାରାଣ୍ଟିନ୍‌‌ରେ ରଖାଯାଇଥିଲା। ଟିଭି ଜର୍ଣାଲିଷ୍ଟସ ଆସୋସିଏସନ୍‌ (ଟିଭିଜେଏ) ଓ ମନ୍ତ୍ରାଳୟ ଆଣ୍ଡ ଲେଜିସଲେସର୍‌ ରିପୋର୍ଟର୍ସ ଆସୋସିଏସନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ ଏକ ସ୍ବତନ୍ତ୍ର କରୋନା ସ୍କ୍ରିନିଂ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏପ୍ରିଲ ୧୬-୧୭ ତାରିଖରେ ମୁମ୍ବାଇ ପ୍ରେସ୍‌ କ୍ଲବ୍‌ ଠାରେ ହୋଇଥିବା ଏ କ୍ୟାମ୍ପରେ ୧୭୧ ଜଣ ସାମ୍ବାଦିକଙ୍କର ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଥିଲା। ଏଯାଏଁ ସମସ୍ତ ରିପୋର୍ଟ ଆସିନାହିଁ। ଯେତିକି ଆସିଛି ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ରହିଥିବା ଜଣାପଡ଼ିଛି।

Comments are closed.