Odisha Link
Bridging the Missing Links in Odisha

ପାଲଘର ଭିଡ଼ହତ୍ୟାରେ ମୃତ ସାଧୁ ଓ ଆକ୍ରମଣକାରୀ ଗୋଟିଏ ଧର୍ମର: ଗୃହମନ୍ତ୍ରୀ

ପାଲଘର: ଏପ୍ରିଲ ୧୬ ତାରିଖ ରାତିରେ ମହାରାଷ୍ଟ୍ରର ପାଲଘର ଠାରେ ୨ ହିନ୍ଦୁ ସାଧୁ ଓ ତାଙ୍କର ଡ୍ରାଇଭରଙ୍କୁ ପିଟିପିଟି ମାରିବା ସହ ପୁଲିସ ଉପରେ ଆକ୍ରମଣ ଘଟଣାରେ ୧୧୦ ଜଣଙ୍କୁ ଦାୟୀ କରିଛି ପୁଲିସ। ୧୦୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୯ ଜଣ ନାବାଳନ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତକାଲି ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଦାବି ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ଏ ଘଟଣା ପରେ ଆକ୍ରମଣକାରୀଙ୍କ ଜାତି ଧର୍ମକୁ ନେଇ ଆରମ୍ଭ ହୋଇଯାଇଛି ତର୍କବିତର୍କ। ତେବେ ନିହତ ୨ ସାଧୁ, ତାଙ୍କର ଗାଡ଼ିଚାଳକ ଓ ଆକ୍ରମଣକାରୀମାନେ ସମସ୍ତେ ଗୋଟିଏ ଧର୍ମର ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।

ଟୁଇଟ୍‌ ମାଧ୍ୟମରେ ଦେଶମୁଖ ଲେଖିଛନ୍ତି ଯେ ଆକ୍ରମଣକାରୀ ଓ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି- ଉଭୟ ଅଲଗା ଧର୍ମର ନୁହନ୍ତି। ବିନା କାରଣରେ ସମାଜରେ / ସାମାଜିକ ଗଣମାଧ୍ୟମରେ ଧର୍ମୀୟ ବିବାଦ ଠିଆ କରୁଥିବା ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଓ ମହାରାଷ୍ଟ୍ର ସାଇବର ଅପରାଧ ଶାଖାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦେଶମୁଖ ଲେଖିଛନ୍ତି।

Comments are closed.