ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଅରୁଣ, ଚାଷୀକୂଳକୁ କ’ଣ କହିଲେ ଦେଖନ୍ତୁ ଭିଡିଓ

ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରାଜ୍ୟରେ ରବି ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି କୃଷକ ସମାଜ। ଏ ଅବସରରେ ନୟାଗଡ଼ ସହର ନିକଟସ୍ଥ ଜଣେ ଚାଷୀଙ୍କ ଜମିରେ ନିଜେ ଜମି ଚାଷ କରିବା ସହ ଧାନ ବୁଣି ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।
ପରମ୍ପରା ଅନୁସାରେ ଓଡ଼ିଶାରେ ଅକ୍ଷୟ ତୃତୀୟା ଠାରୁ ନୂଆ ବର୍ଷର ସମସ୍ତ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ଅବସରରେ ଚାଷୀ ମାନଙ୍କର ପରିଶ୍ରମ ଓ ତ୍ୟାଗର ପ୍ରଶଂସା କରିଛନ୍ତି ଡଭ୍କଟର ସାହୁ। ଏକ ଭିଡିଓ ବାର୍ତ୍ତାରେ ସେ ଚାଷୀକୂଳକୁ ଅକ୍ଷୟ ତୃତୀୟା ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଚାଷୀଭାଇମାନଙ୍କ ପରିଶ୍ରମ ଯୋଗୁଁ କୃଷି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ବାବଲମ୍ବୀ ହେବା ସହ ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଗଣିତ ହୋଇପାରିଛି ବୋଲି ଡ ସାହୁ କହିଛନ୍ତି।
ଅକ୍ଷୟ ତୃତୀୟା ଅବସରରେ ମନ୍ତ୍ରୀ ଚାଷୀମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ କୃଷି ଏକ ଅତ୍ୟାବଶ୍ୟକୀୟ ସେବା ହୋଇଥିବାରୁ ଲକ୍ଡାଉନ୍ ସମୟରେ ସରକାର ଏହା ଉପରୁ କଟକଣା କୋହଳ କରିଛନ୍ତି। ଚାଷୀମାନେ କୃଷିକାର୍ଯ୍ୟ କଲାବେଳେ ସାମାଜିକ ଦୂରତା ଅବଲମ୍ବନ କରିବେ ଓ ମାସ୍କ ପିନ୍ଧିବେ ବୋଲି ମନ୍ତ୍ରୀ ଅନୁରୋଧ ରଖିଛନ୍ତି। ଓଡ଼ିଶା ବହୁ ଦୁର୍ବିପାକକୁ ସାମନା କରି ମଧ୍ୟ ଆଗକୁ ବଢ଼ିଛି। ଏଣୁ ଏ କରୋନା ମହାମାରୀରେ ଆମେ ପଛେଇଯିବାନାହିଁ ବୋଲି ଅରୁଣ କୃଷିକମାନଙ୍କୁ ଆହ୍ବାନ ଦେଇଛନ୍ତି।
https://www.facebook.com/OdishaLink/videos/544714419808467