୩ ବିମାନରେ ଓଡ଼ିଶା ଫେରିଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ବର: ଲକ୍ଡାଉନ୍ କାରଣରୁ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସରକାର ଫେରାଇ ଆଣିଛନ୍ତି। ୩ଟି ଏୟାର ଏସିଆ ବିମାନ ଯୋଗେ ୩୫୦ ଜଣ ଶ୍ରମିକଙ୍କୁ ଭୁବନେଶ୍ବର ଅଣାଯାଇଛି।
ମିଳିଥିବା ସୂଚନା ଅନୁସାରେ ଜମ୍ମୁକଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ଶମ୍ବା ଜିଲ୍ଲା ଏବଂ ହିମାଚଳର ଉନା ଜିଲ୍ଲାରେ ଫସି ରହିଥିବା ମୋଟ ୩୫୦ ଓଡ଼ିଆ ଶ୍ରମିକ ଫସି ରହିଥିଲେ। ସଂପ୍ୟକ୍ତ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ଓଡ଼ିଶା ସରକାର ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଛନ୍ତି। ଆଜି ୩ଟି ବିମାନରେ ଏହି ଶ୍ରମିକମାନେ ଯାତ୍ରା ଆରମ୍ଭ କରିଛନ୍ତି। ଖବର ଲେଖା ହେବା ବେଳକୁ ଗୋଟିଏ ବିମାନ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ (ଅପରାହ୍ଣ ୧ଟା ୩୦) ଆଉ ଦୁଇଟି ବିମାନ ୨ଟା ୩୦ ଓ ୩ଟା ୩୦ରେ ପହଞ୍ଚିବ।
ଅନୁରୂପ ଭାବେ ଆଣ୍ଡାମାନ ଓ ନିକୋବରରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଧରି ଆଉ ଏକ ବିମାନ ଆସନ୍ତାକାଲି ଭୁବନେଶ୍ବର ଆସିବ। ଗତ ୩ ଜୁନରେ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ଓ ଆସାମରୁ ୨୮୦ ଶ୍ରମିକ ଓନିଶା ଫେରିଥିଲେ। ରାଜ୍ୟ ବାହାରେ ଫସିଥିବା ଶ୍ରମିକମାନେ ଫେରିବା ଯାଏଁ ଏହି ଉଦ୍ଧାର ଅଭିଯାନ ଜାରି ରହିବ ବୋଲି ସରକାର ସୂଚନା ଦେଇଛନ୍ତି।