କରୋନା: ଗଞ୍ଜାମରୁ ଆଉ ୨ ମୃତ, ରାଜ୍ୟରେ ମୋଟ ୨୩

ଭୁବନେଶ୍ବର: ସାରା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଆଜି ୨୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଣଙ୍କର ଜୀବନ ଚାଲିଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩ରେ ପହଁଞ୍ଚିଛି। ମୃତକ ୨ ଜଣ ଗଞ୍ଜାମର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ଏହି ସୂଚନା ମିଳିଛି।
୨ ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ଜଣା ପଡ଼ିଥିବା ବେଳେ ତାଙ୍କର ସବିଶେଷ ବିବରଣୀ ଖବର ଲେଖା ହେବା ବେଳକୁ ଆମର ହସ୍ତଗତ ହୋଇନାହିଁ।
ରାଜ୍ୟରେ ଗଞ୍ଜାମରୁ ସର୍ବାଧିକ ୧୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଖୋର୍ଦ୍ଧାରୁ ୫ଜଣ। ସେହିପରି କଟକରୁ ୪ଜଣ ମୃତ୍ୟୁ ବରଣ କରିଥିବା ବେଳେ ପୁରୀ ଓ ବରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।