କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

କନ୍ଧମାଳ: କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ। କନ୍ଧମାଳ ବାଲିଗୁଡା ଥାନା ମହାସିଙ୍ଗ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି।
ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଲିସ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଗରା ପଡ଼ିଛି। ଗଞ୍ଜେଇ କେଉଁଠୁ କେଉଁଆଡେ ଯାଉଥିଲା ନେଇ ପୁଲିସ ତଦନ୍ତ ଜାରି ରଖିଛି।