Odisha Link
Bridging the Missing Links in Odisha

ସବୁ କୋଭିଡ୍‌ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ୍

ଭୁବନେଶ୍ବର: ସବୁ କୋଭିଡ୍‌ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ୍। ପ୍ରତି ୧୫ ଦିନରେ ଥରେ ଏହି ଯାଞ୍ଚ କରାଯିବ। ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏଭଳି ନିଷ୍ପତ୍ତି ନେଇଛି ଅଗ୍ନିଶମ ବିଭାଗ।

ପ୍ରତି ୧୫ ଦିନରେ ଥରେ ହେବ ଏମର୍ଜିେନ୍ସି ଡ୍ରିଲ୍‌। କୋଭିଡ୍‌ ହସ୍ପିଟାଲରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ଉପସ୍ଥିତ ସମ୍ବଳରେ ମୁକାବିଲା କରିବା ନେଇ ପ୍ରସ୍ତୁତି କରାଯାଉଛି। ପ୍ରତି କୋଭିଡ୍‌ ହସ୍ପିଟାଲରେ ଜଣଙ୍କୁ ଏମର୍ଜିେନ୍ସି ରେସପନ୍ସ ଅଫସର ଦାୟିତ୍ବ ଦିଆଯିବ। ଏଥିସହ ସବୁ କୋଭିଡ୍‌ ହସ୍ପିଟାଲ ପାଇଁ ଚେକ୍‌ ଲିଷ୍ଟ୍‌ ଜାରି କରିଛି ଅଗ୍ନିଶମ ବିଭାଗ।

Comments are closed.