Odisha Link
Bridging the Missing Links in Odisha

କଟକର ସେଲ୍ଟର ଛକର ରାସ୍ତା ରୋକ କଲେ ମହିଳା

କଟକ: କଟକର ସେଲ୍ଟର ଛକରେ ମହିଳାମାନେ ରାସ୍ତାରୋକ କରିଛନ୍ତି । ସେମାନେ ଏହି ରାସ୍ତା ରୋକ ଜମିଜମା ବିବାଦକୁ ନେଇ କରିଥିବାର ସୂଚନା ମିଳିଛି। ମହିଳାମାନେ ଅଭିଯୋଗ ଆଣିଛନ୍ତି କି ଗତକାଲି ରାତିରେ ସେହି ଅଞ୍ଚଳର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିଲା ।

ସେମାନେ ଉକ୍ତ ଜମିରେ ଗତ ୫୦ ବର୍ଷ ହେବ ରହୁଛନ୍ତି। ପୁଲିସ ଏକ ସଂଗଠନର ଜମି ବିବାଦକୁ ନେଇ ଯୁବକଙ୍କୁ ପୁଲିସ ଉଠାଇ ନେଇଥିଲା ।ପୁଲିସର ଏଭଳି ଅମାନବୀୟ କାଣ୍ଡ ପ୍ରତିବାଦରେ ଶତାଧିକ ମହିଳା ରାସ୍ତାରୋକ କରିଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ବିଡ଼ାନାସୀ ଥାନା ପୁଲିସ ଉକ୍ତ ଜମି ମାଫିଆଙ୍କ ହାତବାରିସି ସାଜି ଏଭଳି କାଣ୍ଡ ଭିଆଇଛି।

 

Comments are closed.