ବିଜେଡି ଛାଡ଼ିଲେ ୨ ବରିଷ୍ଠ ନେତା

ବାଲେଶ୍ୱର: ଆଗକୁ ଉପନିର୍ବାଚନ ଥିବା ବେଳେ ବିଜେଡିକୁ ଲାଗିଛି ଝଟ୍କା। ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ବାଲେଶ୍ୱରର ୨ ବରିଷ୍ଠ ନେତା।
ବାଲେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ଧୁକୁଲ ଘଡେଇ ଓ ନଗର ବିଜେଡି ସଭାପତି ଆଶିଷ ଘୋଷ ମଧ୍ୟ ବିଜେପି ହାତ ଧରିଛନ୍ତି।
ଅସନ୍ତୁଷ୍ଟ ଥିବା ଆଶିଷ ଘୋଷ କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ। ସଦର ବିଜେପି ଅଫିସ୍ରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ମିଶିଛନ୍ତି।
ଏହି ମିଶ୍ରଣ ପର୍ବରେ ଭିସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ। ତେବେ ଅଣଦେଖା କରାଯିବାରୁ ଦଳ ଛାଡ଼ିଥିବା ଉଭୟ ନେତା କହିଛନ୍ତି।