ଚାକିରି ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା

ଢ଼େଙ୍କାନାଳ:ଢ଼େଙ୍କା ନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଯୋଜନା କାର୍ଯ୍ୟାଳୟର ଠିକା ପିଅନ । ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ।
ସୂଚନା ଅନସାରେ,ସୂର୍ଯ୍ୟକାନ୍ତ ୨୦୦୬-୦୭ ମସିହାରୁ ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଭାବରେ କାମ କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। କିନ୍ତୁ କୋଭିଡ ଯୋଗୁ ଗତ ମାର୍ଚ୍ଚ ମାସ ପରେ ତାଙ୍କ ଏଗ୍ରିମେଣ୍ଟ ରିନ୍ୟୁ ହୋଇପାରି ନଥିଲେ। ଫଳରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା। ସେବେଠୁ ସୂର୍ଯ୍ୟକାନ୍ତ ମାନସିକ ଅବସାଦରେ ରହୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି।
ପୁଲିସ୍ ଆଜି ସକାଳେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଝରକା ରେଲିଂରେ ଗାମୁଛା ବାନ୍ଧି ସୂର୍ଯ୍ୟକାନ୍ତ ଆତ୍ମହତ୍ୟା କେମିତି କଲେ, ସେନେଇ ପୁଲିସ୍ର ସନ୍ଦେହ ହେଉଛି। ତେଣୁ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।