Odisha Link
Bridging the Missing Links in Odisha

ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାସ୍କ୍ ଫୋର୍ସ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଟାସ୍କ୍ ଫୋର୍ସ ଗଠନ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର କତାରର ଉର୍ଜା ମନ୍ତ୍ରୀ ତଥା କତାର ପେଟ୍ରୋଲିୟମ ସଭାପତି ଓ ସିଇଓ ସାଦ୍ ଶେରିଦା ଅଲ-କବିଙ୍କ ସହ ଟୋଲିଫୋନରେ ଆଲୋଚନା କରିବା ପରେ ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ଭାରତର ସାମଗ୍ରିକ ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏବଂ କତାରର ମନ୍ତ୍ରୀ ଅଲ-କବିଙ୍କ ମଧ୍ୟରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରୁ ଜଣାପଡିଛି ଯେ ଭାରତର ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଏକ ଟାସ୍କ ଫୋର୍ସ ଗଠନ ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି।

କତାର ପେଟ୍ରୋଲିୟମର ଉପସଭାପତି ଓ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଗଠନ ହେବାକୁ ଥିବା ଟାସ୍କ ଫୋର୍ସର ପ୍ରତିନିଧିତ୍ୱ କରିବେ। ଭାରତର ଉର୍ଜା କ୍ଷେତ୍ରରେ ଥିବା କେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ କତାରର ପୁଞ୍ଜନିବେଶ କରିପାରିବ, ପ୍ରତିନିଧିମାନେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଅନ୍ୱେଷଣ କରିବେ।

ଭାରତକୁ ଏଲଏନଜି ଏବଂ ଏଲପିଜିର ନିରନ୍ତର ଯୋଗାଣରେ କତାରର ଭୂମିକା ଉପରେ ପ୍ରଧାନ ଏହି ଆଲୋଚନାରେ ଦୋହରାଇଥିଲେ। ଉର୍ଜା କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିକୁ ସୁଦୃଢ଼ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ପ୍ରକାଶ କରିଥିଲେ। ଏହାସହ କେବଳ କ୍ରୟ ବିକ୍ରୟ ନୁହେଁ ବରଂ ଦ୍ୱିପାକ୍ଷିକ ନିବେଶ ପାଇଁ ଭାରତ ଓ କତାରର ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।

Comments are closed.