Odisha Link
Bridging the Missing Links in Odisha

ଗଞ୍ଜେଇ ଗଛ ପୋଡି ନଷ୍ଟ କଲେ ପୁଲିସ ଓ ଅବକାରୀ ବିଭାଗ

ମୋହନା : ଗଜପତି ମୋହନା ପୁଲିସ ଓ ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା। ମିଳିତ ଚଢାଉ କରି ପ୍ରାୟ ୮୯ ଏକର ଜମିରେ ହୋଇଥିବା ନୀଳ ଜହର ଚାଷ ନଷ୍ଟ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୭ କୋଟି ୮୦ ଲକ୍ଷ ଟଙ୍କା।

ସୂଚନା ଅନୁଯାୟୀ, ଲେଖରୀପଟା ଗାଁ ନିକଟରେ ଅନେକ ଦିନ ଧରି ଗଞ୍ଜେଇ କାରବାର ହେଉଥିବା ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା।

ସେହି ଗାଁରେ ଚଢାଉ କରାଯାଇଥିଲେ। ଏହା ଚଢାଉରେ ପ୍ରାୟ ୮୯ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା । ଯାହାକୁ ନଷ୍ଟ କରାଯାଇଛି । ତେବେ ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୁଲ୍ୟ ପ୍ରାୟ ୧୭ କୋଟି ୮୦ଲକ୍ଷ ହେବ ବୋଲି ସୂଚନା ରହିଛି ।

Comments are closed.