Odisha Link
Bridging the Missing Links in Odisha

କରୋନା ଟିକାକରଣ ପାଇଁ ଆମେ ପ୍ରସ୍ତୁତ: ଡାକ୍ତର ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: କାନ୍ଧ ତଳେ ଦିଆଯିବ କରୋନା ଟିକା। ଟିକା ନେବା ପରେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରୁମରେ ୩୦ ମିନିଟ୍ ରଖାଯିବ, ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲେ ତାଙ୍କୁ ଛଡ଼ାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ସେ ଆହୁରୀ କହିଛନ୍ତି, ‘କରୋନା ଟିକାକରଣ ପାଇଁ ଆମେ ପ୍ରସ୍ତୁତ। ଟିକା ଦେବାକୁ ୨୯ ହଜାର କେନ୍ଦ୍ର ରହିଛି, ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ କେନ୍ଦ୍ର ଦରକାର ହେବନାହିଁ। , ଟିକାକରଣ କେନ୍ଦ୍ରରେ ସବୁ ବ୍ୟବସ୍ଥା ଠିକ୍ ଅଛି ନା ନାହିଁ, ପ୍ରତୀକ୍ଷାଳୟ, ଟିକାକରଣ ଓ ନିରୀକ୍ଷଣ ରୁମ୍ ଅଛି ନା ନାହିଁ ତଦାରଖ ହେବ। ପ୍ରଥମେ ୱେଟିଂ ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ ଯେ ତାଙ୍କ ନାଁ ଡାଟାବେସରେ ଅଛି କି ନାହିଁ। ଏହି ପରେ ରୁମରେ ତାଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ।’

ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି ବୋଲି ଜଣାଯାଇଛି। ଏଣେ ଚଳିତ ମାସରେ ଟିକା ଓଡ଼ିଶାରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି।

Comments are closed.