Odisha Link
Bridging the Missing Links in Odisha

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି

ଭଦ୍ରକ: ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଏହି ଦୁର୍ଘଟଣାଟି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି। ଗୋଟିଏ ଟ୍ରକ ଏସପିଙ୍କ କାରକୁ ପଛ ପଟୁଧକ୍କା ଦେଇଥିବାରୁ ଏହି ଦୁର୍ଘଟଣାଟି ଘଟିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ।

ସୂଚନା ଅନୁସାରେ , ଭଦ୍ରକ ଏସପି ଚରଣ ସିଂ ମିନା ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ କିଛି କାମ ସାରି ଗାଡିରେ ଫେରୁଥିଲେ। ସେହି ସମୟରେ ଏକ ମାଲବାହୀ ଟ୍ରକ ଆସି ଏସ୍‌ପିଙ୍କ ଗାଡିକୁ ସାଇଡରୁ ଧକ୍କା ଦେଇଥିଲା । ଯାହାଫଳରେ ଏସ୍‌ପିଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏସ୍‌ପି ଚରଣ ସିଂହ ମିନା। ତେବେ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଟ୍ରକର ଡ୍ରାଇଭରକୁ ଅଟକ ରଖିବା ସହ ଟ୍ରକକୁ ଥାନାକୁ ଆଣିଛି। ଅନ୍ୟପଟେ ଏସ୍‌ପି ଭଣ୍ଡାରିପୋଖରୀ ଥାନାକୁ ଯାଇ ଅନ୍ୟ ଏକ ଗାଡିରେ ଭଦ୍ରକ ଫେରିଛନ୍ତି।  ଏସପି ସଂପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି।

Comments are closed.